ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇଉଠିଛି। ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି। ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ଶୁଭବେଳା ଦେଖି ନବାନ୍ନ ଲାଗି ହୋଇଛି।ପରିବାର ସହ ସମସ୍ତେ ଏକାଠି ବସି ନୂଆ ଅନ୍ନ ଖାଇବେ।

ସେହିପରି ପଶ୍ଚିମ ଓଡ଼ିଶାର ଅନ୍ୟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବାଦେବୀଙ୍କ ନିକଟରେ ମଧ୍ୟ ନବାନ୍ନ ଲାଗି ହୋଇଛି। ପ୍ରଥମେ ପରିବାରର ବଡ଼ମାନଙ୍କୁ ଜୁହାର ହୋଇ ଏହି ପର୍ବ ପାଳନ ହେବ। ଏଥିପାଇଁ ବିଭିନ୍ନ ସ୍ଥାନରେ ଥିବା ଲୋକେ ନିଜ ନିଜ ଘରକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *