ସୁଭଦ୍ରା କଲ୍‌ ସେଣ୍ଟର ଉଦ୍‌ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଓସିଏସିଠାରେ ଏହି କଲ ସେଣ୍ଟର ଉଦଘାଟିତ ହୋଇଛି । କଲ ସେଣ୍ଟର ଉଦଘାଟନ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି ଯେ, ସର୍ବସାଧାରଣ ନିଜର ସୁବିଧା ବିଷୟରେ ପଚାରିବାକୁ ଏହି କଲ ସେଣ୍ଟର ଖୋଲାଯାଇଛି । ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ ବୋଲି କହିଛନ୍ତି । ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା ଯାଏଁ ଫର୍ମ ଗ୍ରହଣ ହେଵ।

ସେ ଆହୁରି କହିଛନ୍ତି, ୧୭ ତାରିଖରେ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ଦିଆଯିବ । ତା’ ପରେ ବି ଯିଏ ଆବେଦନ କରିବେ ତାଙ୍କୁ ମଧ୍ୟ ପ୍ରଥମ କିସ୍ତି ମିଳିବ । ୧୭ ତାରିଖ ପରେ ବି ରେଜିଷ୍ଟ୍ରେସନ କଲେ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇପାରିବେ।

Leave a Reply

Your email address will not be published. Required fields are marked *