ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଆଧାର ସଂଶୋଧନ ପାଇଁ ସୋର ମୁଖ୍ୟ ପୋଷ୍ଟ ଅଫିସରେ ଠେଲାପେଲା ଓ ଦଳାଚକଟା ଦେଖିବାକୁ ମିଳିଛି । ରାତି ୪ଟାରୁ ଆସି ପୋଷ୍ଟ ଅଫିସ ଆଗରେ ଗହଳି ଲଗାଇଛନ୍ତି। ଦଳାଚକଟା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଆଧାର କାର୍ଡରେ ସଂଶୋଧନ ଆବଶ୍ଯକ ପଡ଼ୁଛି । କିଏ ଫୋନ ନମ୍ବର ତ ଆଉ କିଏ ନାଁ ସଂଶୋଧନ କରିବାକୁ ଲମ୍ବା ଲାଇନରେ ଠିଆ ହେଉଛନ୍ତି। ସ୍ଥିତି ଅଣାୟତ୍ତ ହୋଇଛି। ସୋର ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।

ଏଥିରେ ୫ ଜଣ ମହିଳା ଓ ଶିଶୁ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଶୃଙ୍ଖଳିତ ଭାବେ ଲାଇନ ପାଇଁ ପୁଲିସ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ତେବେ ଏପରି ଅବ୍ୟବସ୍ଥାର ଶୀଘ୍ର ସମାଧାନ ପାଇଁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *