ରେଭେନ୍ସା ନାଁ ବଦଳିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି ତିନି ପୂର୍ବତନ ପ୍ରଫେସର ଓ ଛାତ୍ର । ପୂର୍ବତନ ପ୍ରଫେସର ହେମେନ୍ଦ୍ର ନାରାୟଣ ଦାସ ଏହାକୁ ଅବାସ୍ତବ କହି ସମାଲୋଚନା କରିବା ସହ କହିଛନ୍ତି ରେଭେନ୍ସା କେବଳ ନାମ ନୁହେଁ ଏହା ଇଟ୍ ଇଜ୍ ୱେ ଅଫ୍ ଲାଇଫ୍। ଏହା ସହ ଶହେ ବର୍ଷର ଇତିହାସ ଯୋଡ଼ି ହୋଇ ରହିଛି।
ସେହିପରି ସତ୍ୟକାମ ମିଶ୍ର ହୀନମନ୍ୟତା କହି ସମାଲୋଚନା କରିବା ସହ କହିଛନ୍ତି, ଯେଉଁମାନେ ରେଭେନ୍ସା ସାହେବକୁ ଜାଣି ନାହାନ୍ତି ଏପରି କହିବେ। ଓଡ଼ିଆ ଅସ୍ମିତା ନାଁରେ ତାଙ୍କୁ ଅପମାନିତ କରାଯିବା ଅନୁଚିତ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପତି ତାଙ୍କର ଅବଦାନ ଅତୁଳନୀୟ।
ଅନ୍ୟପଟେ ପୂର୍ବତନ ଛାତ୍ର କମଳା ପ୍ରସାଦ ମହାପାତ୍ର କହିଛନ୍ତି ସରକାର ଏଥିରୁ ନିବୃତ ରହନ୍ତୁ। ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ଟି.ଇ ରେଭେନ୍ସାଙ୍କ ଅବଦାନର ପଟାନ୍ତର ନାହିଁ। ରେଭେନ୍ସା କଲେଜ ନିର୍ମାଣ କରିବାରେ ରେଭେନ୍ସାଙ୍କ ଅବଦାନ ଅତୁଳନୀୟ ଥିଲା। ସରକାର କୌଣସି ପରିସ୍ଥିତିରେ ଏମିତି କରନ୍ତୁନି, ଏଥିରୁ ନିବୃତ ରହନ୍ତୁ।