ରାଜ୍ୟର ସବୁ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଏନେଇ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆହୁରି ୪ଟି ଗେଟ୍ ଖୋଲାଯାଇଛି । ତେବେ ମୋଟ ୬ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ଚାଲିଛି । ହୀରାକୁଦକୁ ୧ ଲକ୍ଷ ୨୬ ହଜାର ୩୩୯ କ୍ୟୁସେକ ଜଳ ପ୍ରବେଶ କରୁଛି ଓ ୬୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବ୍ରାହ୍ମଣୀରେ ବନ୍ୟାଜଳ ହ୍ରାସ ପାଉଛି ଏବଂ ଗୋଟିଏ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଏହା ସହ ଆସନ୍ତାକାଲି ଖଇରମାଳରେ ୨ ଲକ୍ଷରୁ ଅଢ଼େଇ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ।

Leave a Reply

Your email address will not be published. Required fields are marked *