ଅଜ୍ଞତାର କୈାଣସି ଜବାବ ନାହିଁ ଏବଂ ବିଭ୍ରାନ୍ତ ସୃଷ୍ଟିକାରୀଙ୍କୁ ଆଦୌ କ୍ଷମା ନାହିଁ । ମାତ୍ର ଦୁର୍ଭାଗ୍ୟର ବିଷୟ, ଆଜି କୁହାଳିଆ ବିଜେଡି ନେତ୍ରୀ ତଥା ସାଂସଦ ଶ୍ରୀମତୀ ସୁଲତା ଦେଓଙ୍କ କ୍ଷେତ୍ରରେ ଏଭଳି କିଛି ଦେଖିବାକୁ ଓ ଶୁଣିବାକୁ ମିଳିଛି ବୋଲି ରାଜ୍ୟ ସଂପାଦିକା ଶ୍ରୀମତୀ କସ୍ତୁରୀ ମିଶ୍ର କହିଛନ୍ତି ।

ଗତକାଲି ମୁମ୍ବାଇରୁ ଓଡିଶାକୁ ଆସିଥିବା ଏବଂ ଭୁବନେଶ୍ୱର ବିମାନ ବନ୍ଦରରେ ଜବତ ହୋଇଥିବା ବିପୁଳ ପରିମାଣର ସୁନା ଓ ରୂପାକୁ ଜିଏସଟି ବିଭାଗର ଅଧିକାରୀମାନେ ତଦନ୍ତ କରୁଛନ୍ତି । ଉକ୍ତ ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଏ କଥାକୁ ରାଜ୍ୟବାସୀ ଗଣମାଧ୍ୟମରେ ସ୍ପଷ୍ଟ ଦେଖିଛନ୍ତି ଏବଂ ଶୁଣିଛନ୍ତି । କିନ୍ତୁ “ପରିଚୟ ସଂକଟ”ର ଶିକାର ହୋଇଥିବା ବିଜେଡି ନେତ୍ରୀ ଶ୍ରୀମତୀ ଦେଓ ନିଜ ଅଜ୍ଞତାର ସମସ୍ତ ସୀମା ଉଲ୍ଲଂଘନ କରି ସଂପୂର୍ଣ୍ଣ ମିଛ କଥା କହି ବିଭ୍ରାନ୍ତକାରୀ ବକ୍ତବ୍ୟ ଦେଇଛନ୍ତି । ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ ପଡିବ । ଏଭଳି ହୀନ ବକ୍ତବ୍ୟ ପାଇଁ ଶ୍ରୀମତୀ ଦେଓ ନିସର୍ତ କ୍ଷମା ମାଗିବାକୁ ଶ୍ରୀମତୀ ମିଶ୍ର ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *