ବିଭିନ୍ନ ଅଭିଯୋଗ ଆଧାରରେ ରାଜ୍ୟର ମୋଟ ୯୧ ବିଡିଓଙ୍କ ବିରୋଧରେ ରାଜ୍ୟସରକାର ନେଇପାରନ୍ତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ବିଧାନସଭାରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନ ରାଜ୍ୟର କେଉଁ କେଉଁ ବ୍ଲକ ଉନ୍ନୟନ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧିନ ଅଛି, ତାହାର ତାଲିକା ଦର୍ଶାଇ ଏହା ତୁରନ୍ତ ସମାଧାନ ପାଇଁ କେଉ ସବୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଅଛି ? ଏହାର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ରାଜ୍ୟରେ ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ବିଚାରାଧନ ଥିବା ବ୍ଲକ ଉନ୍ନୟନ ଅଧିକାରୀଙ୍କ ତାଲିକା ପରିଶିଷ୍ଟ ‘କ’ରେ ପ୍ରଦାନ କରାଯାଇଅଛି ଏବଂ ଏହାର ସମାପନା ପାଇଁ ସରକାରଙ୍କୁ ସମସ୍ତ ତଥ୍ଯ ପ୍ରଦାନ କରାଯାଇଛି । ଏବେ ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡ଼ିଓ । ବିଭିନ୍ନ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଚାରକୁ ନେଇଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *