ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତାତିଲେ ଛାତ୍ର ସଂଗଠନ । ପଶ୍ଚିମବଙ୍ଗରେ ଟିଏମସି ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ୩୦ ହଜାରରୁ ଅଧିକ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ ‘ନବାନ୍ନ’ ଘେରାଉ ସହ ବିକ୍ଷୋଭଜାରି ରଖିଛନ୍ତି ଛାତ୍ର ସଂଗଠନ । ଏହା ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନ ବୋଲି ସୂଚନା । ଏହି ରାଲିକୁ ‘ନବାନ୍ନ ଅଭିଯାନ’ କୁହାଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଇସ୍ତଫା ଦାବିରେ ଛାତ୍ର ସଂଗଠନ ଏହି ଆନ୍ଦୋଳନ କରିଥିବା ଜଣାଯାଇଛି ।

ଅନ୍ୟପଟେ ଆନ୍ଦୋଳନକାରୀଙ୍କ ସହ ପୁଲିସର ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟାରିକେଡ୍‌ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଶିବାକୁ ଉଦ୍ୟମ କରିଛନ୍ତି ଆନ୍ଦୋଳନକାରୀ। ବିକ୍ଷୋଭକାରୀମାନେ ପୁଲିସ୍ ବ୍ୟାରିକେଡ୍ ଉପରକୁ ଚଢ଼ି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *