କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ୫ଟି ନୂଆ ଜିଲ୍ଲା ଗଠନ କରିଛି । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନୂତନ ଜିଲାଗୁଡ଼ିକ ମଧ୍ୟରେ ଜନସ୍କାର, ଦ୍ରାସ୍‌, ଶାମ୍‌, ନୁବ୍ରା ଏବଂ ଚାଙ୍ଗ୍‌ଥାଙ୍ଗ ରହିଛି । ଶ୍ରୀ ଶାହ ଟ୍ୱିଟ କରି କହିଛନ୍ତି, ଲଦାଖରେ ୫ଟି ନୂତନ ଜିଲ୍ଲା ଗଠନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଲଦାଖର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ଏହି ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *