ମହାରାଷ୍ଟ୍ର ଜଲଗାଓଁରେ ଲକ୍ଷପତି ଦିଦି ମହାସମ୍ମିଳନୀର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି। ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ । SHG ମହିଳାଙ୍କ ପାଇଁ ୬ ହଜାର କୋଟିର ପ୍ୟାକେଜ୍‌ ରିଲିଜ କରିଛନ୍ତି। ଏଥିସହ ମହିଳା ବିରୋଧୀ ଅତ୍ୟାଚାରକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଲକ୍ଷପତି ଦିଦି’ ସମ୍ମିଳନୀରେ କଡ଼ା ଚେତାବନୀ ଦେଲେ ମୋଦି । ମହିଳା ବିରୋଧୀ ଅପରାଧୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି । ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରାଯିବନି । ଅପରାଧୀଙ୍କୁ ଯେଭଳି କଠୋର ଦଣ୍ଡ ମିଳିବ ତାହା ସୁନିଶ୍ଚିତ କରାଯିବ ।

Leave a Reply

Your email address will not be published. Required fields are marked *