ୟୁନିଫାଏଡ୍‌ ପେନସନ୍‌ ସ୍କିମ୍‌ (UPS)କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ। ନୂଆ ପେନସନ୍ ସ୍ମିମ୍ (ଏନପିଏସ୍)ରେ ସୁଧାର ଆଣିବା ଲାଗି କମିଟି ଗଠନ କରାଯାଇଥିଲା । ବିସ୍ତୃତ୍ଵ ଆଲୋଚନା ପରେ କମିଟିର ରିପୋର୍ଟ ଆଧାରରେ ଏହି ନୂଆ ସ୍କିମ୍‌କୁ ମଞ୍ଜୁରୀ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ସରକାରୀ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୟୁପିଏସ୍‌କୁ ମଞ୍ଜୁର ଦେଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଯେଉଁମାନେ ୨୦୦୪ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଅବସର ନେଇଛନ୍ତି ବା ନେବେ, ସେମାନେ ମଧ୍ୟ ଏହି ପେନସନ ଯୋଜନାର ଲାଭ ପାଇପାରିବେ।

ଏହି ସ୍କିମ୍‌ ଦ୍ବାରା ୨୩ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ୨୦୨୫ ଏପ୍ରିଲ ୧ ତାରିଖରୁ ଲାଗୁ ହେବ ୟୁନିଫାଇଡ୍‌ ପେନସନ ସ୍କିମ୍‌ । କର୍ମଚାରୀମାନେ ଏନପିଏସ ଏବଂ ୟୁପିଏସ ମଧ୍ୟରେ ଚୟନ କରିବାର ବିକଳ୍ପ ପାଇବେ । ଯଦି ଜଣେ ପେନସନଧାରୀ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ପରିବାର ମୃତ୍ୟୁ ସମୟରେ ପାଇଥିବା ପେନ୍‌ସନ୍‌ର ୬୦ ପ୍ରତିଶତ ପାଇବେ। ଯଦି ଆପଣ ୧୦ ବର୍ଷ ପରେ ଚାକିରି ଛାଡିଦିଅନ୍ତି, ତେବେ ଆପଣଙ୍କୁ ୧୦ ହଜାର ଟଙ୍କା ପେନସନ ମିଳିବ ।

Leave a Reply

Your email address will not be published. Required fields are marked *