ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଆଜି ଆଉ ଦୁଇ ଜଣ ଗୁରୁତର ହୋଇ ଆଇସିଉରେ ଭର୍ତ୍ତି ହୋଇଛନ୍ତି । ଏହା ସହ ଆଇସିଉରେ ଅସୁସ୍ଥଙ୍କ ସଂଖ୍ୟା ୭କୁ ବୃଦ୍ଧି ହୋଇଛି । ଏବଂ ମେଡିସିନ ୱାର୍ଡରେ ୬ ଅସୁସ୍ଥ ଚିକିତ୍ସିତ ହୋଇଥିବା ସୂଚନା ।

ଅନ୍ୟପକ୍ଷରେ ଏହି ଘଟଣା ପରେ ଅବକାରୀ ବିଭାଗ ବିକ୍ରି ମଦର ଗୁଣାବତ୍ତା ପରଖିବା ପାଇଁ ଗତ ମଙ୍ଗଳବାର ଠାରୁ ରାଜ୍ୟବ୍ୟାପୀ ୭ ଦିନିଆ ଚଢାଉ ଜାରି କରିଛି । ଏଯାବତ ଏଥିରେ ୨୦୩ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ୧୧୭ ଜଣଙ୍କୁ ଗିରଫ କରିଛି ପୋଲିସ୍ ତଥା ଅବକାରୀ ବିଭାଗ । ଏଥିସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦ ହଜାର ୩୮୦ ଲିଟର ମଦ ଜବତ କରିଛି ।

Leave a Reply

Your email address will not be published. Required fields are marked *