ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯଇଥିଲା । ବିଡିଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।

ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଘନ ନେଇ ମାମଲା ରୁଜୁ ହୋଇଥିବା ସୂଚନା । ଫାର୍ମରେ ବେଆଇନ ଭାବେ ମୟୂର ରଖିଥିଲେ । ୪ଟି ଯାକ ମୟୂରକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ବନ୍ୟଜନ୍ତୁଙ୍କୁ ବନ୍ଧୀ କରି ରଖିବା ପାଇଁ ମଧ୍ୟ ତାଙ୍କ ବିରୁଦ୍ଧରେ ଡବ୍ଲୁଏଲପି ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ସୂଚନା ମୁତାବକ; ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ରେଞ୍ଜରଙ୍କ ପୈତୃକ ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉ ବେଳେ ରେଞ୍ଜରଙ୍କ ଭୁବନେଶ୍ୱରରେ ଗୋଟିଏ, ହାଇଦ୍ରାବାଦରେ ୨ଟି କୋଠା, ଭୁବନେଶ୍ୱର ଓ ଢେଙ୍କାନାଳରେ ରେଞ୍ଜରଙ୍କ ୮ଟି ପ୍ଲଟ୍‌ ଠାବ କରାଯାଇଥିଲା। ରେଞ୍ଜରଙ୍କ ଢେଙ୍କାନାଳ ସ୍ଥିତ ଘରେ ଥିବା ଟଏଲେଟ୍ ଫ୍ଲସରୁ ୨ ବିଡ଼ା ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ।

ଏହି ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସର ୭ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ, ୬ ଇନ୍ସପେକ୍ଟର, ୬ ଏଏସଆଇ, ଅନ୍ୟ ଅଧିକାରୀ ସାମିଲ୍ ରହିଥିଲେ ।

Leave a Reply

Your email address will not be published. Required fields are marked *