ଆଜି ରାଜ୍ୟଟି କେନ୍ଦ୍ରର ବିଜେପି ସରକାର, ଇଡି ଓ ସିବିଆଇ ପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ଅଭିଯୋଗରେ ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଇଡି ଅଫିସ ଘେରାଉ କରିଛି କଂଗ୍ରେସ । ଭୁବନେଶ୍ୱର ଇଡି ଅଫିସ ଘେରାଉ ସମୟରେ କଂଗ୍ରେସ କର୍ମୀ ପୋଲିସ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ଇଡ଼ି ଅଫିସକୁ କଂଗ୍ରେସ କର୍ମୀମାନେ ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ବ୍ୟାରିକେଡ ଭାଙ୍ଗି ଧସେଇ ପଶିବା ବେଳେ ପୁଲିସ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏହି ବିକ୍ଷୋଭରେ ପ୍ରଭାରୀ ଅଜୟ କୁମାର, ମହମ୍ମଦ ମୋକିମଙ୍କ ସହ ବହୁ ନେତା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *