କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପୁଣି ଭର୍ତ୍ସନା କଲେ ସୁପ୍ରିମକୋର୍ଟ । ସିବିଆଇ ଏହି ମାମଲାର ତଦନ୍ତ କରୁଥିବା ବେଳେ ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲା ସୁପ୍ରିମକୋର୍ଟ । ଏହା ସହ ପୋଷ୍ଟମର୍ଟମ ପରେ ମାମଲା ରୁଜୁକୁ ନେଇ ଉଦବେଗ ପ୍ରକାଶ କରି ସୁପ୍ରିମକୋର୍ଟ କହିଛନ୍ତି ପୋଷ୍ଟମର୍ଟମ ପରେ ମାମଲା ରୁଜୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ । ଏହା ସହ ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ । ଯଦି ସ୍ବାଭାବିକ ମୃତ୍ୟୁ ଥିଲା, ତେବେ ପୋଷ୍ଟମର୍ଟମ କାହିଁକି ହୋଇଥିଲା । ୩୦ ବର୍ଷ ଭିତରେ ଏଭଳି ମାମଲା ଦେଖିନୁ କହିଲେ ଜଷ୍ଟିସ ପାରଦିୱାଲା ।

ସେ ଆଉ ମଧ୍ୟ କହିଛନ୍ତି ଆନ୍ଦୋଳନ ଛାଡି କାର୍ଯ୍ୟରେ ଯୋଗଦିଅ । କାରଣ ଘଟଣାରେ ଏକ୍ସପର୍ଟ କମିଟି ଗଠନ ହୋଇଛି । ବିଶେଷଜ୍ଞ କମିଟି ତଥ୍ୟ ଆଧାରରେ ସବୁ କିଛି ତଦନୁ ହେବ ।

ଅନ୍ୟପଟେ ସୁପ୍ରିମକୋର୍ଟରେ ସିବିଆଇ ଦାଖଲ କରିଛି ଷ୍ଟାଟସ ରିପୋର୍ଟ । ତଦନୁକାରୀ ସଂସ୍ଥା ଲଫାପାରେ ରିପୋର୍ଟ ଦାଖଲ କରିଛି । ଷ୍ଟାଟସ ରିପୋର୍ଟରେ କୋଲକାତା ପୋଲିସର ଅବହେଳା ବିଷୟରେ ସିବିଆଇ ଉଲ୍ଲେଖ କରିଛି ।

Leave a Reply

Your email address will not be published. Required fields are marked *