ବିଜେପି ଘୋଷଣା କଲା ରାଜ୍ୟସଭା ପ୍ରାର୍ଥୀ । ପୁଣି ଥରେ ରାଜ୍ୟସଭା ଯିବେ ମମତା ମହାନ୍ତ। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବାପରେ କିଏ ରାଜ୍ୟସଭା ପ୍ରାର୍ଥୀ ତାକୁ ନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ ଆଜି ବିଜେପି ମମତା ମହାନ୍ତ ନାଁରେ ମୋହର ମାରିଛନ୍ତି ।

ସୂଚନା ମୁତାବକ; ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟର ମମତା ମହନ୍ତ । ମମତା ମହାନ୍ତ ବିଜେଡି ଟିକେଟରୁ ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ। ଗତ ମାସ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ମମତା । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ତାରିଖଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ମମତା । ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ।

Leave a Reply

Your email address will not be published. Required fields are marked *