ମହାରାଷ୍ଟ୍ର ଠାଣେର ଏକ ସ୍କୁଲରେ ଦୁଇ ୩ ଓ ୪ ବର୍ଷର ଦୁଇ ଶିଶୁଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଅଭିଭାବକଙ୍କର ଜୋରଦାର ବିକ୍ଷୋଭ ଦେଖିବାକୁ ମିଳିଛି। ରେଳ ଧାରଣାରେ ରେଳ ଅଟକାଇ ବିକ୍ଷୋଭ କରିଛନ୍ତି ହାଜର ହଜାର ଅଭିଭାବକ । ଏହା ସହ ପୋଲିସ ଉପରକୁ ପଥର ମାଡ କରିଥିବା ସୂଚନା । ରେଳ ଧାରଣାରେ ଅଭିଭାବକ ବିକ୍ଷୋଭରେ ରହିଥିବା ଫଳରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନା ମୁତାବକ: ଗତ ଅଗଷ୍ଟ ୧୬ ତାରିଖରେ ମହାରାଷ୍ଟ୍ର ଠାଣେର ଏକ ସ୍କୁଲରେ ୨ ଜଣ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ହୋଇଥିଲା । ଜଣେ ୨୩ ବର୍ଷ ବୟସ୍କ ସଫେଇ କର୍ମଚାରୀ ୨ ଜଣ ବାଳିକାଙ୍କୁ ଟଏଲେଟ ଭିତରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ପ୍ରକାଶ ପାଇଥିଲା। ସେହି କର୍ମଚାରୀଙ୍କ ବିରୋଧରେ ଏଫଆଇଆର ଦାୟର ପରେ ୨ ଜଣଙ୍କୁ ନିଲମ୍ବନ କରିବା ସହ ସଫେଇ କର୍ମଚାରୀ ଙ୍କୁ ଗିରଫ କରିଛି ପୋଲିସ୍ । ଏହି ଘଟଣାରେ ସ୍କୁଲ ପ୍ରଶାସନ ପକ୍ଷରୁ ପ୍ରିନ୍ସିପାଲଙ୍କୁ ସସପେଣ୍ଡ କରାଯାଇଥିବାବେଳେ ଶ୍ରେଣୀ ଶିକ୍ଷକଙ୍କୁ ବାହାର କରିଦିଆଯାଇଛି। କିନ୍ତୁ ଏହା ପରେ ପରେ ବି ପ୍ରତିବାଦ ଥମୁନି। ସ୍କୁଲରେ ଶିଶୁମାନେ ଅସୁରକ୍ଷିତ ବୋଲି ମହାରାଷ୍ଟ୍ରରେ ଅସନ୍ତୋଷ ବଢିବାରେ ଲାଗିଛି।

ଅନ୍ୟପଟେ ଲୋକଙ୍କ ରେଳ ଧାରଣାରୁ ହଟିବାକୁ ନିବେଦନ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥାନୀୟ ପୁଲିସ

Leave a Reply

Your email address will not be published. Required fields are marked *