ରାଜଧାନୀ ଭୁବନେଶ୍ୱରରେ ସିମ ବକ୍ସ ମାଧ୍ୟମରେ ଜଣେ ବ୍ୟକ୍ତି ବେଆଇନ କାର୍ଯ୍ୟ କରୁଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ଲକ୍ଷ୍ମୀସାଗର ଥାନା ମହାଦେବ ନଗର ଅଞ୍ଚଳର। ସମ୍ପୃକ୍ତ ବ୍ୟକ୍ତିଙ୍କ ଗତିବିଧି ଉପରେ ପୋଲିସ ନଜର ରଖି ତାଙ୍କୁ ଗିରଫ କରିବା ସହ ୭ଟି ସିମ ବକ୍ସ ଜବତ କରିଥିଲା। ଅଭିଯୁକ୍ତ ହେଲେ ରାଜୁ ମଣ୍ଡଳ। ତେବେ ଏହି ଘଟଣାରେ ରିମାଣ୍ଡ ଅନୁମତି ମିଳିଛି। ଗିରଫ ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ଆବଶ୍ୟକ ହେଲେ NIA ଓ ଇଣ୍ଟରପୋଲ୍ ସହାୟତା ନିଆଯାଇପାରେ ବୋଲି ପୋଲିସ କହିଛି। ପୂରା ସିଣ୍ଡିକେଟ୍ ଗୁମର ଖୋଲାଯିବ କହିଲେ ଭୁବନେଶ୍ବର ଡିସିପି। ଆହୁରି ୨ଟି ସ୍ଥାନରେ ସମାନ ସିମ୍ ବକ୍ସ ଥିବା ଜଣାପଡ଼ିଛି। ସିମ୍ ବକ୍ସ କେଉଁଠି ଅଛି ରିମାଣ୍ଡରେ ଆଣି ପଚରାଉଚରା ହେବ। ଚୀନ୍, ପାକିସ୍ତାନ, ବାଂଲାଦେଶ ଓ ମଧ୍ୟପ୍ରାଚ୍ୟ ଲିଙ୍କ୍ ମିଳିଛି। ଆତଙ୍କୀ ଲିଙ୍କ୍ ନେଇ ଅଧିକ ଖୋଳତାଡ଼ କରାଯାଉଛି। Post navigation କଂଗ୍ରେସ ବାବଦରେ ବିଧାୟକ ତାରା ବାହିନୀପତିଙ୍କ ବିସ୍ଫୋରକ ବୟାନ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ବୟାନ