ବିଜେଡିରେ ଏବେ ଫାଟ ସୃଷ୍ଟି ହୋଇଛି। ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ୍‌ ଆଜି ବିଜେଡି ଛାଡିଥିବା ବେଳେ ଏହାର କାରଣ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ବୋଲି କହିଛନ୍ତି। ତାଙ୍କ ପାଇଁ ହିଁ ବିଜେଡି ଛାଡିଥିବା କହିଛନ୍ତି। ଆଜି ହିଁ ବିଜେଡି ଛାଡି ବିଜେପିରେ ମିଶିବା ପରେ ପରେ ବୁନୁଙ୍କ ବିରୋଧରେ ବର୍ଷିଛନ୍ତି। ସେପଟେ ବନ୍ଦିତାଙ୍କ ଆରୋପକୁ ଖୋରାକ ଯୋଗାଇ ପ୍ରଶ୍ରୟ ଦେଇଛନ୍ତି ବିଦ୍ରୋହୀ ବିଜେଡି କର୍ପୋରେଟର ଅମରେଶ ଜେନା। ଭୁବନେଶ୍ୱରରେ ଏବେ ବିଜୁ ଜନତା ଦଳ ନାଁରେ ‘ବୁନୁ ଜନତା ଦଳ’ ଚାଲିଛି ବୋଲି କଟାକ୍ଷ କରି କହିଛନ୍ତି।

ଏସବୁ ବାଦ ବିବାଦ ଭିତରେ ଅନନ୍ତ ନାରାୟଣ ଜେନାଙ୍କ ଚିନ୍ତା ବଢିଯାଇଛି। ଏହି ଚିନ୍ତାର କାରଣ ହେଉଛନ୍ତି ବନ୍ଦିତା ପାଲ। କାରଣ ସେ ବିଜେପିରେ ମିଶିବା ପରେ ହିଁ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଟାର୍ଗେଟ କରିଛନ୍ତି। ବନ୍ଦିତା କହିଛନ୍ତି, ୱାର୍ଡରେ ବିଭିନ୍ନ ବିକାଶମୂଳକ କାମରେ ବୁନୁ ବାଧକ ସାଜୁଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଛନ୍ତି। ଏ ନେଇ ବାରମ୍ବାର ନବୀନ ପଟ୍ଟନାୟକ, ଭି.କେ ପାଣ୍ଡିଆନ୍ ଓ ବବି ଦାସଙ୍କୁ ଲିଖିତ ଭାବେ ଜଣାଇଛି। ହେଲେ କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଇ ଦଳ ଛାଡ଼ିଥିବା ବନ୍ଦିତା କହିଛନ୍ତି।

Leave a Reply

Your email address will not be published. Required fields are marked *