କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସାରା ଦେଶରେ ତେଜିବାରେ ଲାଗିଛି ଆନ୍ଦୋଳନ। ଆସନ୍ତାକାଲିର ହେବାକୁଥିବା ଡାକ୍ତର ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ଦେଲେ ପ୍ରତିକ୍ରିୟା ଦେଇଛନ୍ତି ଓଡିଶା ଡାକ୍ତରୀ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ବା ଡିଏମଇଟି । ସରକାରୀ ଚାକିରିରେ ଥିବା ଡାକ୍ତର ଆନ୍ଦୋଳନ କରିବେନି । ମେଡିକାଲ କଲେଜର ଜୁନିୟର ଡାକ୍ତର ଓ ହାଉସ ସର୍ଜନ ଆନ୍ଦୋଳନ କରିବେ ।କେତେଦିନ ସେମାନେ ଆନ୍ଦୋଳନ କରିବେ ତାହା ସ୍ପଷ୍ଟ କରିନାହାନ୍ତି । ଜରୁରିକାଳୀନ କାମ ସମସ୍ତେ କରିବେ, ସେବା ନିଶ୍ଚିତ ପ୍ରଭାବିତ ହେବ । ସିନିୟର ଡାକ୍ତର ଉଭୟ ଆଉଟଡୋର ଓ ଇନଡୋର ସେବା କରିବେ । ବର୍ତ୍ତମାନ ଜରୁରୀ ସେବା ରକ୍ଷଣାବେକ୍ଷଣ ନିୟମ ବା ଇଏସଏମଏ ଲାଗୁ ନେଇ କୌଣସି ନିଷ୍ପତ୍ତି ହୋଇନି ।

Leave a Reply

Your email address will not be published. Required fields are marked *