୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ ହେଲେ ଓଡ଼ିଶାର ନୂଆ ପୋଲିସ ମହାନିର୍ଦ୍ଦେଶକ ( ଡିଜିପି) । ଖୁରାନିଆଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୱାଇ.ବି. ଖୁରାନିଆଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରିଛନ୍ତି ରାଜ୍ଯ ସରକାର ।

ୱାଇ.ବି. ଖୁରାନିଆ ଗତ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେ ଭୁବନେଶ୍ୱର-କଟକ କମିସନରେଟ ପୁଲିସର କମିସନର ଓ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି। ଏଥି ସହିତ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି। ସପ୍ତାହେ ପୂର୍ବେ ବା ଅଗଷ୍ଟ ୨ ତାରିଖ ରେ କ୍ୟାବିନେଟ୍ କମିଟି ଶ୍ରୀ ଖୁରାନିଆଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଆଣିଥିଲା। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜୁଲାଇ ୨୬ ତାରିଖର ପ୍ରସ୍ତାବ ଆଧାରରେ ବିଏସଏଫ ସ୍ପେଶାଲ ଡିଜି ୧୯୯୦ ବ୍ୟାଚ୍ ଆଇପିଏସ୍ ଶ୍ରୀ ଖୁରାନିଆଙ୍କୁ ତତ୍କାଳ ପ୍ରଭାବରୁ ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେବା ପାଇଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ କରିଥିଲା। ସୁନୀଲ ବଂଶଲ ଅବସର ନେବାପରେ ପୂର୍ବ ସରକାର ଅରୁଣ ଷଡ଼ଙ୍ଗୀଙ୍କୁ ଅନ୍ତରୀଣ ପୋଲିସ ଡିଜି ଭାବେ ନିଯୁକ୍ତ କରିଥିଲେ । ଏବେ ଅରୁଣଙ୍କ ସ୍ଥାନରେ ୱାଇ. ବି. ଖୁରାନିଆ ଦାୟିତ୍ବ ନେବେ ।

Leave a Reply

Your email address will not be published. Required fields are marked *