ସ୍ୱାଧୀନତା ଦିବସରେ ପୋଲିସ ପଦକ ଦିଆଯିବ। ଏହା ପୂର୍ବରୁ ପଦକ ତାଲିକା ଘୋଷଣା କରାଯାଇଛି। ଓଡ଼ିଶାର ୧୩ ଜଣଙ୍କୁ ପୋଲିସ ପଦକ ମିଳିବ। ବିଶିଷ୍ଟ ସେବା ପାଇଁ ଓଡିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ଉତ୍ସର୍ଗୀକୃତ ସେବା ପାଇଁ ୧୧ ଜଣଙ୍କୁ ପୋଲିସ ପଦକ ମିଳିବ।

ନିର୍ଦ୍ଦେଶକ ଇଣ୍ଟେଲିଜେନ୍ସ ଆର.କେ ଶର୍ମା ଏବଂ ବି.ବି ଥାପା, ଡେପୁଟି ସୁବେଦାର ବିଜୁ ପଟ୍ଟନାୟକ ଏସପିଏ ସମ୍ମାନଜନକ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇବେ। ତେବେ କଟକ ବକ୍ସି ବଜାରରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଇନସପେକ୍ଟର ଜେନେରାଲ ଅଫ ପୋଲିସ ଏସ ପ୍ରବୀଣ କୁମାର, ଅତିରିକ୍ତ ପୋଲିସ ସୁପରିଟେଣ୍ଡେଣ୍ଟ ସ୍ପେଶିଆଲ ବ୍ରାଞ୍ଚ ରାଉରକେଲା ପାଇଁ ରବିନ୍ଦ୍ର କୁମାର ଦାସ, ଅତିରିକ୍ତ ପୋଲିସ ସୁପରିଟେଣ୍ଡେଣ୍ଟ ଏସଆଇଡବ୍ଲୁ ୟୁନିଟ୍ ୫ ଭୁବନେଶ୍ବର ପାଇଁ ଭବାନୀ ଶଙ୍କର ମିଶ୍ର ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସେହିପରି ଡେପୁଟି କମାଣ୍ଡାଣ୍ଟ ବିଜୁପଟ୍ଟନାୟକ ରାଜ୍ୟ ପୋଲିସ କ୍ୟାଡର ପାଇଁ ଅଶୋକ ଦେହୁରୀ ଓ ସହକାରୀ କମିଶନର ଅଫ୍ ପୋଲିସ ଏସିପି ଜୋନ୍ ୪ ଭୁବନେଶ୍ବର ପାଇଁ ପ୍ରକାଶ ଚନ୍ଦ୍ର ପାଲଙ୍କୁ ସେବା ପାଇଁ ସମ୍ମାନଜନକ ରାଷ୍ଟ୍ରପତି ପଦକ ଦିଆଯିବ। ସହକାରୀ ସବ ଇନସପେକ୍ଟର ଭିଜିଲାନ୍ସ ଡାଇରେକ୍ଟର କଟକ ପାଇଁ ମନୋରଞ୍ଜନ ଶତପଥୀ, କ୍ରାଇମ ହାବିଲଦାର ଭାବେ ସୁନ୍ଦରଗଡର ସରୋଜ କୁମାର ଭୋଇ, ଡ୍ରାଇଭ ହାବିଲଦାର ଭିଜିଲାନ୍ସ ଡାଇରେକ୍ଟର କଟକ ପାଇଁ ଶେଖ ନାସିରୁଦ୍ଧିନ, କନେଷ୍ଟବଳ ସୁନାବେଢା ପାଇଁ ଗୌତମ ପାତ୍ର ଓ ସୁବେଦାର ଓଏସଏପି ଦ୍ବିତୀୟ ବାଟାଲିୟାନରେ ଝାରସୁଗୁଡାର ହେମନ୍ତ ବାହାଦୂର ଛେତ୍ରୀ ଓ ଡେପୁଟି କମାଣ୍ଡାଣ୍ଟରେ ଉଲ୍ଲେଖନୀୟ କାର୍ଯ୍ୟ କରି ଭୁବନେଶ୍ବରର ଏସଓଜି ବୁଦ୍ଧ ତାମାଙ୍ଗଙ୍କୁ ପୁରସ୍କୃତ କରାଯିବ।

Leave a Reply

Your email address will not be published. Required fields are marked *