କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପରେ ଓଡ଼ିଆ ସନ୍ତରଣକାରୀ ମନ୍ନତା ମିଶ୍ରଙ୍କ ଐତିହାସିକ ବିଜୟ। ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ସ୍ୱର୍ଣ୍ଣ ଓ ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ବ୍ରୋଞ୍ଜ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ସୁଇମିଙ୍ଗ ଇତିହାସରେ ପ୍ରଥମ ଥର ପାଇଁ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପରେ ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏ ନେଇ ପ୍ରତିକ୍ରିୟା ଦେଇ ମନତା କହିଛନ୍ତି, ଆଗାମୀ ଦିନରେ ସେ ଜାତୀୟ ରେକର୍ଡ ଭାଙ୍ଗିବା ସହ ଅନ୍ତର୍ଜାତୀୟସ୍ତରକୁ ମଧ୍ୟ ଯିବାକୁ ଆଶା ରଖିଛନ୍ତି। ଏଥିସହ ୨୦୨୮ ଅଲିମ୍ପିକ୍ସ ଯିବାକୁ ଟାର୍ଗେଟ ରଖିଛନ୍ତି ମନତା। ତା’ ପୂର୍ବରୁ ଯଦି ଏସିଆନ ଗେମ୍ସ ବା ଅନ୍ୟ କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ସୁଯୋଗ ମିଳେ ତେବେ ସେ ନିଶ୍ଚୟ ଖୁସି ହେବେ ବୋଲି କହିଛନ୍ତି।