୨୦୨୪ ନିର୍ବାଚନରେ ବିଜେଡି ପରାଜୟ ହୋଇଛି । ଏବେ ନିର୍ବାଚନର ପ୍ରାୟ ୨ମାସ ପରେ ଇଭିଏମ ଓ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, ମତଦାନ ଦିନ ପଡିଥିବା ଭୋଟ ଓ କାଉଣ୍ଟିଂ ଦିନ ଗଣତି ଭୋଟ ଭିତରେ ୫ କୋଟିର ବ୍ୟବଧାନ ଅଛି। ଏହା ବିଜେପିର ଷଡଯନ୍ତ୍ର । ଚୂଡାନ୍ତ ମତଦାନ ଓ ଭୋଟ ସଂଖ୍ୟା ମଧ୍ୟରେ ରହିଥ‌ିବା ୫ କୋଟି ସନ୍ଦିଗ୍ଧ ଭୋଟ ଯୋଗୁଁ ବିଜେପି ନିର୍ବାଚନ ଜିତି ପାରିଥିବା ସନ୍ଦେହ ସୃଷ୍ଟି ହୋଇଛି । ଏହି ଭୋଟ ପାର୍ଥକ୍ୟ ଯୋଗୁଁ ବିଜେପି ଓଡିଶାରେ ୧୮ଟି ଲୋକସଭା ଆସନ ଜିତିଥିବା ଅଭିଯୋଗ ଆଣିଛି ବିଜେଡି ।

Leave a Reply

Your email address will not be published. Required fields are marked *