ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ପରେ କୁସ୍ତିରୁ ଅବସର ନେଇଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗଟ। ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ରେ କୋହଭରା ଟ୍ବିଟ୍ କରିଛନ୍ତି। ମା’ କୁସ୍ତି ମୋଠାରୁ ଜିତିଗଲା ମୁଁ ହାରିଗଲି। ମା’, ତୁମ ସ୍ବପ୍ନ ଓ ମୋ ସାହସ ଭାଙ୍ଗି ସାରିଛି ବୋଲି ଟ୍ୱିଟ କରି ଜଣାଇଛନ୍ତି । ଅଲିମ୍ପିକ୍ସ ୨୦୨୪ରେ ୩ଟି ମ୍ୟାଚ ଜିତି ଫାଇନାଲରେ ପହଂଚିଥିଲେ। ହେଲେ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷଣା କରାଗଲା। ଅଧୁରା ରହିଗଲା ଭାରତର ପଦକ ଆଶା।

Leave a Reply

Your email address will not be published. Required fields are marked *