ମମତା ମହନ୍ତ ବିଜେଡ଼ି ଛାଡି ବିଜେପିରେ ମିଶିବା ପ୍ରସଙ୍ଗରେ ରାଜନୈତିକ ଝଡ଼ ଥମି ନଥିବା ବେଳେ ଆଜି ଦିଲ୍ଲୀରୁ ଫେରିଛନ୍ତି ବିଜେପି ନେତ୍ରୀ ମମତା ମହନ୍ତ । ଓଡ଼ିଶା ଫେରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମମତା । ବିଜେପିରୁ ରାଜ୍ୟସଭା ଯିବେ କି ନାହିଁ ଗଣମାଧ୍ୟମ ଦ୍ଵାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମମତା କହିଛନ୍ତି ଦଳ ଯାହା ଦାୟିତ୍ବ ଦେବ ତୁଲାଇବି । ଦଳ ଯେଉଁଥିପାଇଁ ମୋତେ ଯୋଗ୍ୟ ମନେ କରିବ ତାହା ମୁଁ କରିବି । ପାଣି ବାଣ୍ଟିବାକୁ ଦେଲେ ବି ମୁ ଖୁସିରେ କରିବି ।

ସେ ଆଉ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଛି । ବିକଶିତ ଓଡ଼ିଶା ଓ ବିକଶିତ ଭାରତକୁ ବିଶ୍ବାସ କରି ବିଜେପିରେ ମିଶିଛି ।କୌଣସି ପ୍ରଲୋଭନରେ ଆସି ବିଜେପିରେ ମିଶିନାହିଁ ।

Leave a Reply

Your email address will not be published. Required fields are marked *