କେରଳ ୱାଏନାଡ ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୨୫୦ରୁ ଅଧିକକୁ ବୃଦ୍ଧିପାଇଛି । କେବଳ ଚେଲିୟାର ନଦୀରୁ ଏପର୍ଯ୍ୟନ୍ତ ୮୦ରୁ ଅଧକ ଶବ ମିଳିଲାଣି । ଏବେ ବି ୧୯୦ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ସର୍ଚ୍ଚ ଅପରେସନ ଜୋରାଦାର ଚାଲିଛି । ଏପେଟ ଜଣେ ଓଡ଼ିଆ ଡ଼ାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଡାକ୍ତର ଏବେବି ନିଖୋଜ । ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ୨ ଜଣ ଅଧିକାରୀ ୱାଏନାଡ ଯାଇଥିବା ବେଳେ ଆଜି ସେଠାରେ ମୃତଦେହ ଚିହ୍ନଟ କରାଯିବ। ମୃତକଙ୍କ ପରିବାର ଲୋକେ ମଧ୍ୟ ୱାଏନାଡ ଅଭିମୁଖେ ଯାଇଛନ୍ତି। ସେପଟେ ମୃତ ଡାକ୍ତରଙ୍କ ପତ୍ନୀ ଓ ନିଖୋଜ ଡାକ୍ତରଙ୍କ ବାନ୍ଧବୀ ଉଭୟ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଏବେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁସାରେ, ୱାଏନାଡ ଭୂସ୍ଖଳନରେ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ୍ୟୁ ହୋଇଛି। ସୌଭାଗ୍ୟବଶତଃ ଗୁରୁତର ଅବସ୍ଥାରେ ବଞ୍ଚି ଯାଇଛନ୍ତି ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ। ସେ ଏବେ ୱାଏନାଡ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ କିନ୍ତୁ ବିଷ୍ଣୁଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଏଯାଏଁ କୌଣସି ସୂଚନା ମିଳିନାହିଁ। ମୃତଦେହ ପୁନଃ ଚିହ୍ନଟ ପରେ ଓଡ଼ିଶା ଆଣିବାକୁ ବ୍ୟବସ୍ଥା କରାଯିବା ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *