ନିଲମ୍ବିତ ଆଇପିଏସ ଅଫିସର ପଣ୍ଡିତ ରାଜେଶ ଉତ୍ତମ ରାଓଙ୍କ ପ୍ରସଙ୍ଗ ନେଇ ଗୃହରେ ହଇଚଇ । ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମ । ତାଙ୍କ ବିରୁଦ୍ଧରେ ଏଯାଏଁ କାହିଁକି ଏଫଆଇଆର ହୋଇନି ବୋଲି ପ୍ରଶ୍ନ କରିଛନ୍ତି । ସରକାର ଏହି ଘଟଣାକୁ ଅତି ହାଲୁକା ଭାବେ ନେଇଥିବା କହିଛନ୍ତି ଶ୍ରୀ କାଡ଼ାମ । ଯଦି ଘଟଣାରେ ସତ୍ୟତା ଅଛି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଜଣେ ମହିଳା ଅଧିକାରୀଙ୍କ ଘରେ ପଶି ବାହା ହେବା ପାଇଁ ଜିଦ ଧରିବା ଓ ତାଙ୍କ ସ୍ୱାମୀ ବିରୋଧ କରିବାରୁ ମାରପିଟ କରିଥିଲେ ବରିଷ୍ଠ ଆଇପିଏସ ଅଫିସର। ଜଣେ ପୋଲିସ ଅଧିକାରୀଙ୍କ ଏଭଳି କାଣ୍ଡ ତାଙ୍କୁ ମହଙ୍ଗା ପଡିଛି । ଏ ନେଇ କାଲି ମୁଖ୍ୟମନ୍ତ୍ରୀ ତାଙ୍କୁ ନିଲମ୍ବିତ କରିଥିଲେ।

Leave a Reply

Your email address will not be published. Required fields are marked *