ବିଜ୍ଞାପନ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଅଭିଯୋଗ ମାମଲାରେ ଯୋଗଗୁରୁ ରାମଦେବ ବାବା ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ପୁଣି ଝଟକା ଦେଇଛନ୍ତି ହାଇକୋର୍ଟ। ରାମଦେବ ବାବା ଏବଂ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ଏକ ସୋସିଆଲ ମିଡିଆ କୋରୋନିଲକୁ କୋରୋନା ଔଷଧ ବୋଲି କହି ପ୍ରମୋଟ କରିବା ସହ ଏଲୋପାଥ୍‌ର କୁପ୍ରଭାବ ଉପରେ କୁହାଯାଇଥିବା ପୋଷ୍ଟକୁ ତିନିଦିନ ଭିତରେ ହଟାଇବାକୁ ଆଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ | ଏହା ସହ ଏହି ବିବାଦୀୟ ପୋଷ୍ଟ ହଟାଇବା ସହ ଏଲୋପାଥୂକୁ ନେଇ ଦେଇଥିବା ବୟାନ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ଅନୁପ ଜୟରାମ ଭମ୍ବାନୀଙ୍କ ବେଞ୍ଚ ।

ସୂଚନା ମୁତାବକ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନ ମିଥ୍ୟା ଦାବି କରିବା ଏବଂ ଏହା ବିଭ୍ରାନ୍ତିକର ବୋଲି କୋର୍ଟ ୨୦୨୧ରେ ଦିଲ୍ଲୀ  ମେଡିକାଲ୍ ଆସୋସିଏସନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି ଅଭିଯୋଗ କରିଥିଲେ । ଅଭିଯୋଗରେ ଆଉ ମଧ୍ଯ କୁହାଯାଇଥିଲା ଯେ, ରାମଦେବ ବାବା ମାର୍କେଟିଂ ପାଇଁ ମିଥ୍ୟା ପ୍ରଚାର କରୁଛନ୍ତି । ଏହାଦ୍ବାରା ସେମାନେ କୋରୋନିଲ ସହ ଅନ୍ୟ ଉତ୍ପାଦ ବିକ୍ରି ବଢ଼ାଇପାରିବେ।

Leave a Reply

Your email address will not be published. Required fields are marked *