ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୬ ଜଣ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି । ଅଫିସରମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବାଣ୍ଟିଛନ୍ତି ସରକାର । ଆଇଏଏସ ନିକୁଞ୍ଜ ଧଳଙ୍କୁ ଗୃହ, ଅର୍ଥ, ଶିଳ୍ପ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ, ଜଳସମ୍ପଦ, ପୂର୍ତ୍ତ ବିଭାଗ ଦାୟିତ୍ୱ ଦେଇଛନ୍ତି । ଆଇଏଏସ ଅନୁପମ ଶାହାଙ୍କୁ ରାଜସ୍ବ, ସୂଚନା ଓ ଲୋକସମ୍ପର୍କ, ଗଣ ଓ ଉଚ୍ଚଶିକ୍ଷା ବିଭାଗ ଦେଇଛନ୍ତି ।

ସେହିଭଳି ଓଏଏସ ପ୍ରସନ୍ନ ଷଡ଼ଙ୍ଗୀଙ୍କୁ ଗୃହ, ଗ୍ରାମ୍ୟ ଉନ୍ନୟନ, ଅବକାରୀ ବିଭାଗ ଦାୟିତ୍ୱ ମିଳିଛି । ଓଏଏସ ଚିତ୍ରସେନ ରାଉତଙ୍କୁ କୃଷି, ସମବାୟ, ଖାଦ୍ୟ ଯୋଗାଣ ବିଭାଗ ଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଏଫଏସ ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ମହିଳା, ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *