ସୁଭଦ୍ରା ଯୋଜନା ନେଇ ଗଣମାଧ୍ୟମକୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା । ସେ କହିଛନ୍ତି ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଏହା ଲାଗୁ ହେବ । କିନ୍ତୁ ସୁଭଦ୍ରା ଯୋଜନା ପାଇଁ ସରକାର ଏବେ କୌଣସି ବିଜ୍ଞପ୍ତି କିମ୍ବା କୌଣସି ଫର୍ମ ବାହାର କରାଯାଇନାହିଁ । ଏପର୍ଯ୍ୟନ୍ତ ଏସ୍ଓପି ପ୍ରସ୍ତୁତି ଚାଲିଛି । ଅଗଷ୍ଟ ୧୫ ତାରିଖ ସୁଦ୍ଧା ବୁଦ୍ଧିଜୀବୀଙ୍କ ମତାମତ ନେବୁ । ସେମାନଙ୍କ ମତାମତ ପରେ ଏସ୍ଓପି ପ୍ରସ୍ତୁତ କରାଯିବ । ସରକାର ସମସ୍ତଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରିବେ । କୌଣସି ୱେବସାଇଟ୍ ଖୋଲିନି, ସୁଭଦ୍ରାକୁ ନେଇ ଉଠୁଥିବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ଆବେଦନ ପ୍ରକ୍ରିୟାକୁ ସରଳ କରାଯିବ। । ଇନକମ୍ ସାର୍ଟିଫିକେଟ ଦରକାର ପଡ଼ିବ ନା ନାହିଁ ସ୍ଥିର ହୋଇନି । Post navigation ବଜେଟ ରାଜ୍ୟ ଅର୍ଥନୀତିକୁ ଦୁଇପାଦ ପଛକୁ ନେବ: ବିଜେଡି ଦରଦାମ ବୃଦ୍ଧି ପ୍ରସଙ୍ଗରେ ନବୀନ ବାବୁଙ୍କ ବକ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ: ଦିଲୀପ ମହାନ୍ତି