ଆସନ୍ତା ୨୦ ତାରିଖ ଅପରାହ୍ନରେ ଶଙ୍ଖ ଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିବେ। ବୈଠକରେ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି। ତାଙ୍କ ମାର୍ଗଦର୍ଶନରେ ସାଂସଦମାନେ କାମ କରିବେ । ଗତ ସଂସଦରେ ଆମେ କାମ କରିଛୁ । ବିରୋଧୀ ଦଳ ଭାବେ ଆମକୁ ଜନାଦେଶ ମିଳିଛି । ବିଜେଡି ସଭାପତି ଆମକୁ ଜନାଦେଶ ଅନୁସାରେ ଓଡ଼ିଶାବାସୀଙ୍କ ସ୍ୱର ହୋଇ କାମ କରିବାକୁ ନିର୍ଦେଶ ଦେଇଥିଲେ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବୁ ବୋଲି କହିଛନ୍ତି ସାଂସଦ ।

Leave a Reply

Your email address will not be published. Required fields are marked *