ଆଜି ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ । ବାହୁଡ଼ା ଯାତ୍ରା ପାଇଁ ଜନ ସମୁଦ୍ର ବଡ଼ଦାଣ୍ଡ । ଆରମ୍ଭ ହୋଇଛି ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି । ତେବେ ଗୁଣ୍ଡିଚା ମନ୍ଦିର ବିଜେ ବେଳେ ଯେଉଁ ଅଘଟଣ ଘଟିଲା, ତାକୁ ଦୃଷ୍ଟିରେ ରଖି ଏଥର ରଥ ଉପରକୁ ମୋବାଇଲ୍ ନ ନେଇଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥର ରଥକୁ କେହି ମୋବାଇଲ୍ ନେଇପାରିବେନି ବୋଲି ସେବାୟତମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ବାହୁଡ଼ା ଯାତ୍ରା ଶୃଙ୍ଖଳିତ ପାଇଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ । ପୋଲିସ ଅଧିକାରୀ ଏବଂ ସେବାୟତଙ୍କ ସହ ସେ ଆଲୋଚନା କରିଛନ୍ତି। ସାଧାରଣ ଲୋକଙ୍କୁ ଭେଟି ଶାନ୍ତି ଶୃଙ୍ଖଳା ରଖିବା ପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *