ବାହାର ରତ୍ନଭଣ୍ଡାର ଅଳଙ୍କାର ସବୁ ସ୍ଥାନାନ୍ତର ହେଲା ବୋଲି କହିଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏସ୍‌ଓପି ଅନୁସାରେ ବାହାର ରତ୍ନଭଣ୍ଡାର ତାଲା ଖୋଲାଗଲା। ତାଲା ଖୋଲାଯାଇ ସବୁ ଅଳଙ୍କାର ସ୍ଥାନାନ୍ତରଣ କରାଗଲା। ଚାଙ୍ଗଡ଼ା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର କରାଗଲା। ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପରେ ସିଲ୍‌ କରାଯାଇଛି।

ଅପରପକ୍ଷରେ ଭିତର ଭଣ୍ଡାର ଅଳଙ୍କାର ଆଜି ଖୋଲିଲୁଣି ବୋଲି କହିଲେ ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ। ବାହାର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତର କାମ ବହୁତ ସମୟ ଲାଗିଗଲା। କାଲି ବାହୁଡା ଯାତ୍ରା ଥିବାରୁ ଅନେକ ନୀତିକାନ୍ତି ରହିଛି। ବାହୁଡା, ସୁନାବେଶ ସରିବା ପରେ ଆଉ ଏକ ଦିନ ନିର୍ଦ୍ଧାରଣ କରାଯାଇ ଅଳଙ୍କାର ଖୋଲାଯିବ। ଭିତର ଭଣ୍ଡାର ଅଳଙ୍କାରକୁ ଖଟଶେଜ ଘରକୁ ସ୍ଥାନାନ୍ତର କରାଯିବ। ଅଳଙ୍କାର ସ୍ଥାନାନ୍ତରଣ ପରେ ଏଏସଆଇ ରକ୍ଷଣାବେକ୍ଷଣ କାମ କରିବ।

By Nirvay

Leave a Reply

Your email address will not be published. Required fields are marked *