ରାଜ୍ୟପାଳଙ୍କ ପୁଅ ନାଁରେ ଏଏସ୍ଓଙ୍କୁ ମାଡ଼ ଅଭିଯୋଗ ଘଟଣାରେ ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ କହିଲେ ବିଜେଡି ନେତା ପ୍ରତାପ ଦେବ । ସେ କହିଛନ୍ତି ମାନ୍ୟବର ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ । ଏ ସମ୍ପର୍କରେ ଥାନାରେ ଏତଲା ହୋଇଛି, କିନ୍ତୁ ପୋଲିସ ପକ୍ଷରୁ ଏଯାଏ କିଛି କାର୍ଯ୍ୟାନୁଷ୍ଠାନ ହୋଇନି । ଏଥିସହ ସେ କହିଛନ୍ତି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ । କାହିଁକି ଏ ଘଟଣାରେ କାର୍ୟ୍ୟାନୁଷ୍ଠାନ ନିଆଯାଉନି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠୁ ସରକାରୀ କର୍ମଚାରୀ ସଂଘ ଏବଂ ରାଜ୍ୟବାସୀ ନ୍ୟାୟ ଅପେକ୍ଷା କରିଛନ୍ତି । ଆମେ ମଧ୍ୟ ବିରୋଧୀ ଦଳ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛୁ ଘଟଣାରେ ଉଚିତ ବିଚାର କରିବେ ।ମୁଖ୍ୟମନ୍ତ୍ରୀ ନିଜେ ଗ୍ରିଭାନ୍ସ ଖୋଲିଛନ୍ତି, ସାଧାରଣ କର୍ମଚାରୀଙ୍କୁ ନ୍ୟାୟ ଦିଅନ୍ତୁ । ତେବେ ଅଭିଯୋଗ ନେଇ ରାଜ୍ୟପାଳଙ୍କ ପୁଅଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ । Post navigation ରାଇସ ମିଲ୍ ମାଲିକଙ୍କୁ ଅପହରଣ; ଫୋନ କରି ୭୦ ଲକ୍ଷ ଟଙ୍କା ଦାବି ASOଙ୍କୁ ମାଡ଼ ମାରିବା ଘଟଣା: ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ