ମୟୁରଭଞ୍ଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥ ବୁଢ଼ିଖମାର ଛକ ନିକଟରେ ଆଜି ଭୋରରୁ ଯାତ୍ରୀବାହି ବସ୍ ଓ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ବସଟି ହାଇଦ୍ରାବାଦରୁ କାଶୀ ବିଶ୍ୱନାଥ ଅଭିମୁଖେ ଯାଉଥିବା ବେଳେ ଟ୍ରକକୁ ପଛରୁ ଧକ୍କା ଦେଇଛି । ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକମାନଙ୍କ ମଧ୍ୟରେ ୨ ଜଣ ପୁରୁଷଥିବା ବେଳେ ଜଣେ ମହିଳା ଥିବା ଜଣାଯାଇଛି। ଆହତମାନଙ୍କ ମଧ୍ୟରେ ପୁରୁଷ,ମହିଳା ଓ ଛୋଟପିଲା ଥିବା ଜଣାଯାଇଛି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ବସ୍ରେ ୨୩ ଜଣ ତୀର୍ଥଯାତ୍ରୀ ଥିବା ଜଣାଯାଇଛି। ପୁଲିସ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି। ବସ୍ ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି। Post navigation ବଢ଼ିଲା ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡ଼କରଙ୍କ ଅଡୁଆ ସହିଦଙ୍କ ପତ୍ନୀଙ୍କ ନାଁରେ ଅଭିଯୋଗ ପରେ ସେନା ତରଫରୁ ପ୍ରତିକ୍ରିୟା: କ୍ଷତିପୂରଣ ରାଶିକୁ ସମାନ ଭାବରେ ହୋଇଛି ବଣ୍ଟନ