ଓସିଏରୁ ବବି ଦାସଙ୍କ ଇସ୍ତଫା ଦାବି କରିଛନ୍ତି ନୂଆ ଫାଓ ସଭାପତି ସମୀର ଦେ। ଫାଓ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ପରେ ସମୀରଙ୍କ ପ୍ରତିକ୍ରିୟା। ଓସିଏ ସଭାପତି ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ। ଓସିଏ କିମ୍ବା କ୍ରୀଡ଼ାର ଉନ୍ନତି ପାଇଁ ବବି ଦାସ କିଛି କରିନାହାନ୍ତି। କେବଳ ନିଜର ଫାଇଦା ପାଇଁ ସେ ଓସିଏରେ ଅଛନ୍ତି। କ୍ରିକେଟରେ ବି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ଶ୍ରୀ ଦେ କହିଛନ୍ତି। ପୂର୍ବ ସରକାର ବିଭିନ୍ନ କ୍ରୀଡ଼ା ସଂଗଠନକୁ କବଜା କରିଥିଲା।

କ୍ରୀଡ଼ାର ଉନ୍ନତି ନକରି ରାଜନୈତିକ ଫାଇଦା ପାଇଁ ପଦବୀର ବ୍ୟବହାର କରୁଥିଲା। କ୍ରୀଡ଼ା କ୍ଷେତ୍ରରେ ହୋଇଥିବା ବଡ଼ ବଡ଼ ଦୁର୍ନୀତିରେ ଆଇଏସଙ୍କ ହାତ ଅଛି। ଏ ସରକାର ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଶ୍ଚିନ୍ତ ନେବେ ବୋଲି ଶ୍ରୀ ଦେ କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *