ବର୍ଷକ ପରେ ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣା । ଜିଲ୍ଲା ପ୍ରଶାସନ ପକ୍ଷରୁ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣା ହଟିଛି। ବୁଧବାର ଜିଲା ପରିଷଦ ମିଟିଂ ହଲ୍ରେ ଆଗାମୀ ମହରମ ପର୍ବ ପାଳନ ପାଇଁ ଅନୁଷ୍ଠିତ ହୋଇଥିବା ଶାନ୍ତି ଓ ସମନ୍ବୟ ବୈଠକ ପରେ ଜିଲାପାଳ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ବିଷୟରେ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି, ବର୍ଷେ ପୂର୍ବରୁ ସହରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଲାଗୁ ରହିଥିଲା । ଏବେ ପରିସ୍ଥିତି ସ୍ୱାଭାବିକ ହୋଇଥିବାରୁ ପୂର୍ବରୁ ଜାରି ହୋଇଥିବା କଟକଣା ଆଉ ରହିବ ନାହିଁ। Post navigation ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିରେ ୨୬ ପ୍ରକଳ୍ପକୁ ମଂଜୁରୀ, ଚାକିରି ପାଇବେ ୧୯,୩୬୪ କର୍ମଚାରୀ ପୂର୍ବ ସରକାର ଲାଗୁ କରିଥିବା ପ୍ରକଳ୍ପକୁ ଦୋହରାଇଲେ ନୂଆ ସରକାର: ବିଜେଡି