ଉତ୍ତରାଖଣ୍ଡରେ ପ୍ରକୃତିର ବିକଟାଳ ରୂପ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାର ପାତାଳ ଗଙ୍ଗା ଅଞ୍ଚଳରେ ବଦ୍ରିନାଥ ଜାତୀୟ ରାଜପଥରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଯୋଶୀମଠର ଚୁଙ୍ଗିଧରଠାରେ ରାସ୍ତା ଅବରୋଧ ହୋଇଛି। ପାହାଡ଼ରୁ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡ଼ିମୋଟର ଅଟକି ରହିଛି । ଭୂସ୍ଖଳନ ଯୋଗୁ ରାସ୍ତାରେ ପଡ଼ିଥିବା ପଥର ହଟାଇବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି । ଗତ କିଛି ଦିନ ହେଲା ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଏଥିଯୋଗୁ ବିଭିନ୍ନ ସ୍ଥାନରେ ପାହାଡ଼ରୁ ଅତଡ଼ା ଧସୁଛି । ଜୋଶୀମଠ ବଦ୍ରିନାଥ ହାଇେଓ୍ଵ ବନ୍ଦ କରିବାକୁ ପଡିଛି । ଉତ୍ତରାଖଣ୍ଡରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ନଦୀ ଜଳସ୍ତର ବୃଦ୍ଧି ପାଇଛି । ଗତ କିଛିଦିନ ହେଲାଣି ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଏବଂ ମାଟି ଅତଡା ଖସିବା ଯୋଗୁଁ ରାସ୍ତା ବନ୍ଦ ରହିଛି । ପ୍ରବଳ ବର୍ଷା ଆହୁରି ସମସ୍ୟା ବଢାଇପାରେ ବୋଲି ଅନୁମାନ କରାଯାଉଛି । ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । Post navigation ଛାଡପତ୍ର ପରେ ପୂର୍ବ ସ୍ଵାମୀଙ୍କଠାରୁ ମୁସଲମାନ ମହିଳା ପାଇବେ ଭରଣପୋଷଣ ଟଙ୍କା ଗତକାଲି ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା