ଭିଜିଲାନ୍ସ ଜାଲରେ ଫସିଲେ ନୟାଗଡ ଜିଲ୍ଲା ଖଣ୍ଡପଡା ତହସିଲଦାର । ତହସିଲଦାର ଧୋବେଇ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରିଛି । ଭାପୁର ଏବଂ ଭୁବନେଶ୍ଵରସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଥିବା ସୂଚନା । ତହସିଲ ଅଫିସର ଜଣେ କର୍ମଚାରୀ ପ୍ରସନ୍ନ ସାହୁଙ୍କୁ ଗିରଫ କରାଯିବା ପରେ ଚଢାଉ କରାଯାଇଛି।
ସୂଚନା ମୁତାବକ, ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକ ଏକ ବାଲି ବୋଝେଇ ଟ୍ରକକୁ ଛାଡିବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଗାଡ଼ି ମାଲିକ ଚନ୍ଦନ ଜେନାଙ୍କ ଠାରୁ ଏହି ଲାଞ୍ଚ ଟଙ୍କା ନେଉଥିବାବେଳେ ପ୍ରସନ୍ନ ସାହୁଙ୍କୁ ମାଡ଼ିବସିଥିଲା ନୟାଗଡ ଭିଜିଲାନ୍ସ ଟିମ୍ । ପ୍ରସନ୍ନ ତହସିଲଦାରଙ୍କ ପାଇଁ ଏହି ଟଙ୍କା ନେଉଥିବା ସ୍ବୀକାର କରିବାପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଭାପୁର ଭଡ଼ାଘର ଏବଂ ଭୁବନେଶ୍ବର ଘର ସମେତ ୩ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ସ୍ପଷ୍ଟ ହୋଇଛି।