ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ଦ୍ଵାରା ଆଜି ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ପୁନର୍ଗଠନ କରାଯାଇଛି। ପ୍ୟାନେଲରେ ବିଜେଡିର ସୁଜିତ କୁମାର ଓ ମନୋନୀତ ସଦସ୍ୟ ସୋନାଲ ମାନସିଂହ ସ୍ଥାନ ପାଇଛନ୍ତି । ଏହି ୮ ଜଣିଆ ଉପାଧ୍ୟକ୍ଷ ପ୍ୟାନେଲରେ ପୂର୍ବ ଭଳି ଏଥର ମଧ୍ୟ ୫୦ ପ୍ରତିଶତ ମହିଳା ସାଂସଦ ସ୍ଥାନ ପାଇଛନ୍ତି । ପ୍ୟାନେଲରେ ସ୍ଥାନ ପାଇଥିବା ବିଜେଡି ସାଂସଦ ସଦ ସୁଜିତ କୁମାର ଏପ୍ରିଲ ୨୦୨୦ରୁ ରାଜ୍ୟସଭାରେ ବେଶ୍ ସକ୍ରିୟ ରହିଛନ୍ତି । ବିଭିନ୍ନ ବିଲ୍‌ର ଆଲୋଚନା ତଥା ବିତର୍କରେ ମଧ୍ୟ ତାଙ୍କର ପ୍ରଦର୍ଶନ ଭଲ ରହିଛି । ସେହିଭଳି ଜୁଲାଇ ୨୦୧୮ରୁ ମନୋନୀତ ରାଜ୍ୟସଭା ସାଂସଦ ସୋନାଲ ମାନସିଂହ କଳା ଓ ସଂସ୍କୃତି ତଥା ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିବାର ନଜର ରହିଛି ।

Leave a Reply

Your email address will not be published. Required fields are marked *