ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇସେନ୍ସ (କିସ୍‌) ନାଁରେ ଜଙ୍ଗଲ ଜମି ଦଖଲ ଅଭିଯୋଗ ମାମଲାରେ ରାଜସ୍ବ ବିଭାଗକୁ ସବିଶେଷ ବିବରଣୀ ମାଗିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସେ ଗଣମାଧ୍ୟମକୁ କହିଛନ୍ତି ନିୟମାନୁସାରେ ଏ ଜମି ହସ୍ତାନ୍ତର ହୋଇପାରିବନି କି କିସମ ବଦଳାଇ ହେବନି ।

ସୂଚନାଯୋଗ୍ୟ ଯେ, ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନ ମିଳିବା ପର୍ଯ୍ୟନ୍ତ ହସ୍ତାନ୍ତର କିମ୍ବା କୌଣସି ପଦକ୍ଷେପ ଗ୍ରହଣ ନ କରିବାକୁ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରଣାଳୟ ଗତ ଜୁନ୍‌ ୨୧ରେ ଖୋର୍ଦ୍ଧା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଙ୍ଗଲ ଜମିର କିସମ ପରିବର୍ତ୍ତନକୁ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ହୋଇଥିବା ଅଭିଯୋଗ ଆଧାରରେ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ।

Leave a Reply

Your email address will not be published. Required fields are marked *