ଗତକାଲି ଲଦାଖରେ ଭାରତୀୟ ସେନା ବଡ ଦୁର୍ଘଟଣାର ସାମ୍ନା କରିଛି । ଜମ୍ମୁ କଶ୍ମୀର ଲଦାଖରେ ନଦୀରେ ବୁଡ଼ିଲା ଭାରତୀୟ ସେନାର ଟ୍ୟାଙ୍କ । ଚୀନ୍ ସୀମାରେ ଏଲଏସିରେ ଯବାନମାନେ ଲଦାଖର ଦୌଲତ ବେଗ ଓଲ୍ଡି ଅଞ୍ଚଳରେ ନଦୀ ପାର ହୋଇ ଅଭ୍ୟାସ କରୁଥିବା ସମୟରେ ହଠାତ ନଦୀର ଜଳ ସ୍ତର ବଢି ଯାଇଥିଲା। ଜଳସ୍ତର ବଢିବା କାରଣରୁ ଟ୍ୟାଙ୍କ୍ ନଦୀରେ ଭାସି ଯାଇଥିଲା।ଯେଉଁଥିରେ ୫ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି।
କୁହାଯାଉଛି ଯେ ଦୁର୍ଘଟଣାଗ୍ରସ୍ତ ଟାଙ୍କଟି ହେଉଛି T-72। ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଟ୍ୟାଙ୍କ ଏକ ଟ୍ରେନିଂ ମିଶନରେ ଥିଲା, ଯେଉଁଥିରେ ଏକ ନଦୀ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ମୃତକଙ୍କ ଭିତରେ ଅଛନ୍ତି ଜଣେ ଜେସିଓ ଏବଂ ୪ ଜଣ ଯବାନ। ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି। ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।