ଆଜି ସଂଧ୍ୟାରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଦିଲ୍ଲୀରେ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ ଦିଲ୍ଳୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଙ୍ଗରେ ଅଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେଭି ସିଂଦେଓ । ବିଜେପି ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି, କେମିତି ପୂରଣ ହେବ ସେ ନେଇ ହୋଇଛି ଆଲୋଚନା

ଯଦିଓ ଏହାକୁ ସୌଜନ୍ୟମୂଳକ ସାକ୍ଷତ ବୋଲି କୁହାଯାଉଛି, ତଥାପି ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ରହିଛି । କାରଣ, ନିର୍ବାଚନ ସମୟରେ ମୋଦୀ ଦେଇଥିବା ଗ୍ୟାରେଣ୍ଟି ଓ ଓଡ଼ିଶାର ବିକାଶ ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି ସମ୍ପର୍କରେ ଏହି ଗସ୍ତରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ।

Leave a Reply

Your email address will not be published. Required fields are marked *