ଭଙ୍ଗା ଚାଲିଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ସରକାରୀ କ୍ବାର୍ଟର୍ସ। ସରକାରୀ ଆବାସ ଭିତରେ ଥିଲା ବିଶାଳ ଆଲିଶାନ୍ ବଙ୍ଗଳା। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ନିର୍ମାଣକୁ ଭଙ୍ଗାଯାଉଛି। ଅଣ୍ତର୍ ଗ୍ରାଉଣ୍ତରେ ପାଖାପାଖି ୨ରୁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ୁଛି । ତେବେ କିଏ କାହିଁକି ଭାଙ୍ଗୁଛି ତାହା ଏଯାଏ ଜଣାପଡିନାହିଁ। ଅଣ୍ଡର ଗ୍ରାଉଣ୍ଡରୁ ଗୋଟିଏ ଏବଂ ଉପରକୁ ୩ ମହଲା କୋଠା ହୋଇଥିଲା। ଯାହାକୁ ଏବେ ଭଙ୍ଗାଯାଉଛି। ପ୍ରଥମ ମହଲାରେ ବୈଠକ ହେଉଥିବା ବେଳେ ଦ୍ୱିତୀୟ ମହଲାରେ ବବିଙ୍କ ରୁମ୍ ଥିଲା । ଏହା ସହ ତୃତୀୟ ମହଲାରେ ଦଳୀୟସାମଗ୍ରୀ ରହିଥିବା କୁହାଯାଉଛି । ୧୦ ରୁ ଉର୍ଦ୍ଧ୍ୱ ଶ୍ରମିକ ମିଶି ଘର ଭାଙ୍ଗୁଥିବା ଜଣା ପଡ଼ୁଛି । ତେବେ କେଉଁ ଉଦ୍ଦେଶ୍ୟରେ ସରକାରୀ ଘରେ ପ୍ରଣବ ଏହାକୁ ନିର୍ମାଣ କରିଥିଲେ। ଯଦି କରିଥିଲେ କାହା ଅନୁମତିରେ କରିଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ଏବେ ପ୍ରମାଣ ନଷ୍ଟ କରିବାକୁ ଯାଇ କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଘରକୁ ଭାଙ୍ଗୁଥିବା ନେଇ ଚର୍ଚ୍ଚା ହେଉଛି। ଉକ୍ତ ଘର ଫାଟକରେ ତାଲା ପଡ଼ିଥିବା ବେଳେ ଭିତରେ ଚାଲିଛି ଘର ଭଙ୍ଗା। ଏଣେ ଏନେଇ ସରକାରୀ କଳ ବା ପ୍ରଶାସନ କାହିଁକି ଚୁପ୍ ତାକୁ ନେଇ ବି ପ୍ରଶ୍ନ ଉଠିଛି। ଏଣେ ଘଟଣା ପ୍ରଘଟ ହେବା ପରେ ଉକ୍ତ ଘର ଆଗରେ ଲୋକଙ୍କ ଭିଡ଼ ଜମିଛି। Post navigation ଗୁପଚୁପ୍ ଦହିବରା ଓ ଚୁସକି ପାଇଁ ବଢିଛି ଜଣ୍ଡିସ୍! ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ଏନ୍ଡିଏରୁ ଓମ୍ ବିର୍ଲା ଓ ଇଣ୍ଡିଆ ମେଣ୍ଟରୁ କେ ସୁରେଶ