ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଧାନ, ରାଗି, ମିଲେଟ, ବାଜରା, ମକା ଏବଂ କପା ସମେତ ୧୪ଟି ଖରିଫ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଅନୁମୋଦନ କରାଯାଇଛି।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଜି କୃଷକଙ୍କ କଲ୍ୟାଣ ପାଇଁ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖରିଫ ଫସଲ ପାଇଁ ୧୪ ଫସଲ ଉପରେ କ୍ୟାବିନେଟ ଏମଏସପି ଅନୁମୋଦନ କରିଛି। ଧାନର ନୂତନ ଏମଏସପି ୨,୩୦୦ ଟଙ୍କା ହୋଇଛି। ଯାହା ପୂର୍ବ ଏମଏସପି ତୁଳନାରେ ୧୧୭ ଟଙ୍କା ଅଧିକ। ୨୦୨୩-୨୪ ମସିହାରେ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରୁ ୨୦୨୪-୨୫ରେ ୨,୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

By Nirvay

Leave a Reply

Your email address will not be published. Required fields are marked *