ଶୁକ୍ରବାର କୋଲକାତାର ଏକ ମଲ୍ରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନେକ ଲୋକ ସେଠାରେ ଫଶିକି ରହିଥିବା ସନ୍ଦେହ କରାଯାଉଛି। କୋଲକାତାର ଆକ୍ରୋପଲିସ୍ ମଲରେ ଅଗ୍ନିକାଣ୍ଡ ସମ୍ପର୍କରେ ସତର୍କ ସୂଚନା ପାଇବା ପରେ ଅତି କମରେ ଦଶଟି ଅଗ୍ନିଶମ ବାହାନୀକୁ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସେଠାକୁ ପଠାଯାଇଛି। ଅଗ୍ନିଶମ ବିଭାଗର ଅଧିକାରୀମାନେ ମଧ୍ୟ ମଲ ଭିତରେ କାର୍ଯ୍ୟ ଲୋକଙ୍କୁ ଖାଲି କରିଛନ୍ତି। ସେମାନେ ସମସ୍ତଙ୍କୁ ବାହାରକୁ ପଠାଇ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ ଉତ୍ସ ଏପର୍ଯ୍ୟନ୍ତ ଜଣାପଡିନାହିଁ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି। ନିଆଁ ଲାଗିବା ପରେ ଲୋକମାନେ ମଲରୁ ଦୌଡ଼ି ପଳାଇ ଆସୁଥିବାର ଅନେକ ଦୃଶ୍ୟ ଭିଡିଓରେ ଦର୍ଶାଯାଇଛି। ମଙ୍ଗଳବାରଠାରୁ ଆଜି ସୁଦ୍ଧା ସହରରେ ଏହା ହେଉଛି ଦ୍ୱିତୀୟ ଘଟଣା। Post navigation କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ କଟକରେ ବୋମା ନିଷ୍କ୍ରିୟ ବେଳେ ହାବିଲଦାର ମୃତ୍ୟୁ