ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ରାଜଧାନୀ ଦିଲ୍ଲୀରେ ହେବ ମତଦାନ। ନିର୍ବାଚନ ଆୟୋଗଙ୍କ ତରଫରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ଘରେ ବସି ଭୋଟ ଦେବାର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଆରମ୍ଭ ହୋଇଛି ବୟସ୍କଙ୍କ ପାଇଁ ସ୍ଵତନ୍ତ୍ର ଭୋଟିଂ । ଏହାରି ଭିତରେ ଘରେ ବସି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପ ରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀ, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଏଲକେ ଆଡଭାନୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. ମୁରଲୀ ମନୋହର ଯୋଶୀ। ଦିଲ୍ଲୀ ନିର୍ବାଚନ ଅଧିକାରୀ କହିଛନ୍ତି, “ମେ’ ୧୭ରେ ନୂଆଦିଲ୍ଲୀ ଲୋକସଭା ଆସନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ ସଫଳତାର ସହ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ସ୍ଵତନ୍ତ୍ର “ହୋମ ଭୋଟିଂ” ବ୍ୟବସ୍ଥା ୨୪ ମେ’ ପର୍ଯ୍ୟନ୍ତ ଜାରି ରହିବ । ତେବେ ଆଜି ସୁଦ୍ଧା ଦିଲ୍ଲୀର ସମସ୍ତ ୭ଟି ସଂସଦୀୟ କ୍ଷେତ୍ରରେ ମୋଟ ୧୪୦୯ ଜଣ ଭୋଟର ଘରେ ରହି ସେମନାଙ୍କ ମତଦାନ କରିଛନ୍ତି । ପଶ୍ଚିମ ଦିଲ୍ଲୀ ନିର୍ବାଚନ କ୍ଷେତ୍ରରେ ସବୁଠାରୁ ଅଧିକ ୩୮୯ଟି ଭୋଟ ପଡିଛି । ଯେଉଁଥିରେ ୨୯୯ ଜଣ ବୟସ୍କ । ସେହିପରି ପ୍ରଥମ ଦିନରେ ୧୪୮୨ ଜଣଙ୍କ ଘରେ ପହଞ୍ଚି ସେମାନଙ୍କ ଭୋଟ ସଂଗ୍ରହ କରାଯାଇଥିଲା। ଆଜି ବି ନିର୍ବାଚନ ଅଧିକାରୀମାନେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ଗ୍ରହଣ କରୁଛନ୍ତି। Post navigation ଓଡ଼ିଶାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ଡ୍ରିମଗର୍ଲ ହେମାମାଳିନୀ ନବୀନ ବାବୁ ଭଡାଟିଆଙ୍କୁ ନେତା କରୁଛନ୍ତି!