ଗଞ୍ଜାମ : ଶୁକ୍ରବାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ବିଜେପିର ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ପ୍ରଚାର ସଭାର ଆରମ୍ଭ ଓଡ଼ିଆରୁ ଭାଷଣ କରିଥିଲେ । ସେ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କୁ କଡା ସମାଲୋଚନା କରି କରିଥିଲେ ଯେ, ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଗଣା ଚାଉଳ ଦେଉଛନ୍ତି। ହେଲେ ପାଣ୍ଡିଆନ ଓଡ଼ିଶାବାସୀଙ୍କୁ ୨ଟି ବ୍ୟାଗ ଦେଇଛନ୍ତି। ଯଦି ମୋଦି ଚାଉଳ ଦେଉଛନ୍ତି, ତମେ ଡାଲି ନଚେତ୍ ଲୁଣ ଦେଇଥା’ନ୍ତ। ଏହା ନ ଦେଇ ପାଣ୍ଡିଆନ ୨ଟି ବ୍ୟାଗ ଓଡ଼ିଶାବାସୀଙ୍କୁ ଧରାଇ ଦେଲେ। ଏହାକୁ ନବୀନ ପଟ୍ଟନାୟକ ଦାନ କରିଛନ୍ତି ବୋଲି କହିଲେ। ଏପରି କରି ପାଣ୍ଡିଆନ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି। ଆଉ ସେହି ଝୁଲା (ବ୍ୟାଗ) ମଧ୍ୟ ଓଡ଼ିଶାରେ ତିଆରି ନୁହେଁ, ତାମିଲନାଡୁରୁ ଆସିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ,ବିଜେପି ମହିଳାଙ୍କୁ ଖାଲି ବ୍ୟାଗ୍ ଦେବ ନାହିଁ। ଏଥିପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବାକୁ ନିର୍ଣ୍ଣୟ ନେଇଛି। ଆମ ସରକାର ଆସିଲେ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଚେକ୍ ମିଳିବ। ମହିଳାମାନେ ଯେବେ ଚାହିଁବେ ବ୍ୟାଙ୍କରେ ଏହି ଚେକ ଡିପୋଜିଟ କରି ଟଙ୍କା ଉଠାଇ ପାରିବେ ବୋଲି ସେ କହିଛନ୍ତି। ମହିଳାଙ୍କ ଆକାଉଣ୍ଟରେ ପ୍ରତିମାସରେ ୧୨୫୦ଜମା ହେଉଛି। ମାତ୍ର ଓଡ଼ିଶାରେ କିଛି ନାହିଁ। Post navigation ୧୯ ତାରିଖ ସନ୍ଧ୍ୟାରେ ଓଡ଼ିଶା ପହଞ୍ଚିବେ ମୋଦି ଖଲ୍ଲିକୋଟ ହିଂସା ଘଟଣାରେ ତଦନ୍ତ କରିବ ଏସଆଇଟି