ଗୁରୁବାର ରାତିରେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଗଡିଆମାଳ ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ ହୋଇ ୧୦ ଅଧିକ କର୍ମଚାରୀ ଅସୁସ୍ଥ ହୋଇଥିଲେ। ସେଥିରେ ମହିଳା ଓ ଯୁବତୀ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଏହି ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣା ନୂଆ ମୋଡ଼ ନେଇଛି। ପ୍ଲାଣ୍ଟ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ଅସୁସ୍ଥଙ୍କ ମଧ୍ୟରେ ନାବାଳିକା ଥିବାରୁ ଗ୍ୟାସ୍ ଲିକ୍ ଘଟଣା ଲୁଚାଇବାକୁ ପ୍ରୟାସ କରାଯାଉଥିବା ଅଭିଯୋଗ ହୋଇଛି।ନାବାଳିକା ଆହତମାନଙ୍କୁ ନୀଳଗିରି ମେଡିକାଲ୍ରୁ ବିନା ଡିସଚାର୍ଜରେ ନେଇ ଯାଇଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କୁ ରାତି ଅଧରେ ମେଡିକାଲରୁ ଲୁଚାଇ ନିଆଯାଉଥିବା ବେଳେ ବାଟରେ ଧରିଲେ ସ୍ଥାନୀୟ ବାସିନ୍ଦାଙ୍କ ସହ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସମସ୍ତ ଶ୍ରମିକଙ୍କୁ ନେଇ ପ୍ରତାପ ଷଡ଼ଙ୍ଗୀ ଥାନାକୁ ଯାଇଥିଲେ । ଏହାସହ ସଂପୃକ୍ତ କଂପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାଂସଦ । ଏଥି ପାଇଁ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଲୋକେ।ଥାନାରେ ଅଭିଯୋଗ ହୋଇଥିବାରୁ ଶ୍ରମ ଅଧିକାରୀଙ୍କ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପଟେ ପୋଲିସ ୧୦ ଜଣ ଶ୍ରମିକଙ୍କୁ ସୁରକ୍ଷା ଗୃହକୁ ପଠାଇଥିବା ସୂଚନା ମିଳିଛି । ଚିଙ୍ଗୁଡ଼ି ଫ୍ୟାକଟ୍ରିରେ କାମ କରୁଥିବା ଜଣେ ମହିଳାଙ୍କ ପତ୍ତା ମିଳୁନଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ଏନେଇ କମ୍ପାନୀ କର୍ତ୍ତୃପକ୍ଷ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି। Post navigation ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ହେମା ମାଳିନୀ ଗଞ୍ଜାମରେ ନିର୍ବାଚନ ପାଇଁ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ